ସୋମବାର ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ ହରଭଙ୍ଗା ବ୍ଲକ ଗସ୍ତରେ ଯାଇ ହରଭଙ୍ଗା ଠାରେ ନିର୍ମାଣାଧିନ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପରିଦର୍ଶନ କରିଛନ୍ତି | ଉକ୍ତ ପ୍ରକଳ୍ପରୁ ମହାନଦୀରୁ ହରଭଙ୍ଗା ବ୍ଲକର ବିଭିନ୍ନ ଗ୍ରାମକୁ ଓ କନ୍ଧମାଳ ଜିଲ୍ଲାର ଫୁଲବାଣୀ ସମେତ ବିଭିନ୍ନ ଅଞ୍ଚଳକୁ ପାନୀୟ ଜଳ ଯୋଗାଣ କରାଯିବ l ଉକ୍ତ ପ୍ରକଳ୍ପର କାର୍ଯ୍ୟ ଯଥl ଶୀଘ୍ର ସମ୍ପୁର୍ଣ୍ଣ ପାଇଁ କାର୍ଯ୍ୟ ନିର୍ବାହୀ ସଂସ୍ଥା ଏଲ ଏଣ୍ଡ୍ ଟି ର ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ l