ଚୌଦ୍ବାର: ଟାଙ୍ଗି କପିଳାସ ରୋଡ ରେଲୱେ ୫ ନମ୍ବର ଟ୍ରାକରେ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର
କଟକ ଟାଙ୍ଗି ଥାନା ଅନ୍ତର୍ଗତ କପିଳାସ ରୋଡ ରେଲୱେ ୫ ନମ୍ବର ଟ୍ରାକରେ ଆଜି ସକାଳେ ଜଣେ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଛି। ରେଲୱେ ଟ୍ରାକରେ ଏକ ମୃତଦେହ ପଡିଥିବା ଦେଖି ଲୋକେ ରେଲୱେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାବିତ୍ରୀ ଜନସେବା ମାଧ୍ୟମରେ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କଟକ ବଡ଼ମେଡିକାଲ ପଠାଇଛି। ତେବେ ଯୁବକ ଜଣକ ଚେନ୍ନାଇରେ କାମ କରୁଥିବା ବେଳେ ବିହାର ନିଜ ଘରକୁ ଫେରୁଥିବା ବେଳେ ଟ୍ରେନରୁ ଖସିପଡିଥିବା ସୂଚନା ମିଳିଛି।