କୁଚିଣ୍ଡା: କୁଚିଣ୍ଡା ଆରଏମସି ରେ ଧାନ ମାର୍କେଟ ୟାର୍ଡ ଉଦଘାଟନ କଲେ ଉପଜିଲ୍ଲାପାଳ
ଚଳିତ ଖରିଫ ଋତୁରେ ଧାନ କ୍ରୟ ପାଇଁ କୁଚିଣ୍ଡା ନିୟନ୍ତ୍ରିତ ବଜାର କମିଟି ପରିସର ରେ ଶୁକ୍ରବାର ଦିନ ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି। କୁଚିଣ୍ଡା ଉପଜିଲ୍ଲାପାଳ ସି ସର୍ବାନନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମଣ୍ଡି ଉଦଘାଟନ କରିଥିଲେ। ଏହି ଅବସର ରେ କୁଚିଣ୍ଡା ସହକାରୀ ଯୋଗାଣ ଅଧିକାରୀ ରାଜକିଶୋର ସ୍ୱାଇଁ, RMC ସମ୍ପାଦକ ସୁଧୀର କୁମାର ନାୟକ, କୁଚିଣ୍ଡା ଲ୍ୟାମ୍ପ ସଭାପତି ନବୀନ ମାଝୀ , ପରିଚାଳନା ନିର୍ଦ୍ଦେଶକ କୁମୋଦ ପ୍ରଧାନ ଓ ଜିଲ୍ଲାପରିଷଦ ସଦସ୍ୟ ଦିବ୍ୟରାଜ କିସାନଙ୍କ ସହିତ ଲେମ୍ପ କର୍ମଚାରୀ ଓ ଚାଷୀ ଉପସ୍ଥିତ ରହିଥିଲେ ।