SMS News Bureau Rourkela
ମାଉସୀ ମା ଗୁଣ୍ଡିଚା ମନ୍ଦିର ରୁ ଜଗା ପାଇଁ ନିମନ୍ତ୍ରଣ ଆସିଲା ଆସନ୍ତା କାଲି ରଥଯାତ୍ରା ପାଇଁ।
ଗୁଣ୍ଡିଚା ମନ୍ଦିର ରୁ ଶ୍ରୀ ଗୁଣ୍ଡିଚା ମନ୍ଦିର କମିଟି ମହାପ୍ରଭୁ ଙ୍କ ନିକଟକୁ ନିମନ୍ତ୍ରଣ କରିବା ପାଇଁ ଆଜ୍ଞାମାଳ ନେଇ ଆସିଥିଲେ। ସେକ୍ଟର ୫ ଗୁଣ୍ଡିଚା ମନ୍ଦିର କମିଟି ସଭାପତି ହରିହର ରାଉତରାୟ ଙ୍କ ନେତୃତ୍ବରେ ଏହି କମିଟି ବାଜା କୀର୍ତ୍ତନ ଓ ଆତସବାଜି ସହ ଆସି ପହଞ୍ଚିଥାନ୍ତି। ତାଙ୍କ ଆଗମନରେ ଅହିରାବନ୍ଧ ମନ୍ଦିର ର ଶ୍ରୀ ଶ୍ରୀ ଜଗନ୍ନାଥ ବୈଦ୍ୟନାଥ ମହାପ୍ରଭୁ ମନ୍ଦିର ଟ୍ରଷ୍ଟ ର ସଭାପତି ଗିରିଜା ଶଙ୍କର ଦ୍ବିବେଦୀ, ମିତ୍ରଭାନୁ ପଣ୍ଡା, ସୁଧିର ସୁନ୍ଦର ରାୟ ପ୍ରମୁଖ ସ୍ବାଗତ କରିବା ସହ ମନ୍ଦିର ର ମୁଖ୍ୟ ପୂଜକ ନିମନ୍ତ୍ରଣ ଗ୍ରହଣ କରିଥିଲେ।