ତଲସରା: ଏକମା ନିକଟରୁ ବଡ଼ଗାଁ ପୋଲିସ ଦ୍ବାରା ୧୫୦ ଗୋରୁ ଉଦ୍ଧାର ୩ ଗିରଫ ୪ ଫେରାର
ବିଳମ୍ବିତ ରାତିରେ ଉପାନ୍ତ ରାସ୍ତା ରେ ବେଆଇନ ଗୋ ଚାଲାଣ ଉପରେ ବଡ଼ଗାଁ ପୋଲିସ ଆଜି କଡ଼ା ପଦକ୍ଷେପ ଗ୍ରହଣ କରିଛି। ଗତକାଲି ରାତି ସାଢେ ବାରଟା ବେଳେ ବଡ଼ଗାଁ ଥାନା ଆଇଆଇସି ବାଲୁଙ୍କେଶ୍ବର ନାଏକ ବଡ଼ଗାଁ ର ଉପାନ୍ତ ରାସ୍ତା ରେ ଏକମା ଠାରୁ ଖତକୁରବାହାଲ ପଟକୁ ବେଆଇନ ଭାବେ ଶହଶହ ଗୋରୁ ଚାଲାଣ ହେଉଥିବା ସୂଚନା ପାଇଥିଲେ। ଆଇଆଇସି ବାଲୁଙ୍କେଶ୍ବର ନାଏକ ଏଏସଆଇ ବିଜୟ କୁମାର କର ଦିଲିପ ନନ୍ଦ ସଦଳବଳେ ଚଢ଼ାଉ କରିଥିଲେ। ପୋଲିସ ୧୫୦ ଗୋରୁ ଙ୍କୁ ଉଦ୍ଧାର କରିବା ସହ ଆଜି ସକାଳେ କୁତ୍ରା ବ୍ଳକର ଅମଗୁଭା ଗୋଶାଳା ରେ ଛାଡ଼ି ଦେଇଥିବା ସୂଚନା ମିଳିଛି।