ସୁକିନ୍ଦା: ଶ୍ରମିକ ସଂଘ ଉପସଭାପତିଙ୍କୁ କମ୍ପାନୀ ଅଧିକାରୀଙ୍କ ଧମକ, କଳିଙ୍ଗନଗର ଥାନାରେ ଅଭିଯୋଗ
କଳିଙ୍ଗନଗର ଶିଳ୍ପାଞ୍ଚଳ ଅନ୍ତର୍ଗତ ନୀଳାଚଳ ଇସ୍ପାତ ନିଗମର କର୍ମଚାରୀ ତଥା କଳିଙ୍ଗନଗର ଶ୍ରମିକ ସଂଘର ଉପସଭାପତିର ମହିରାମ ପୂର୍ତ୍ତିଙ୍କୁ କମ୍ପାନୀ ଅଧିକାରୀଙ୍କ ଧମକ ଦେଇଥିବା ନେଇ କଳିଙ୍ଗନଗର ଥାନାରେ ଲିଖିତ ଅଭିଯୋଗ ହୋଇଥିବା ରବିବାର ଦିବା 2 ଘଟିକା ସମୟରେ ଦେଖିବାକୁ ମିଳିଛି ।ମହିରାମ୍ ନିଜର ଓ ନିଜ ସହକର୍ମୀଙ୍କ ଚାକରି ଜନିତ ସମସ୍ୟା ନେଇ ଗତ ଦୁଇ ବର୍ଷ ଧରି ବାରମ୍ବାର କମ୍ପାନୀ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ବାଧ୍ୟ ହୋଇ ସେମାନେ କୋର୍ଟ ଦ୍ବାରସ୍ଥ ହୋଇଥିଲେ।