ସମ୍ବଲପୁର ମ୍ୟୁନିସିପାଲଟି: ଅଇଁଠାପାଲି ଥାନା ଅନ୍ତର୍ଗତ ମାତୃବିହାର ଅଞ୍ଚଳରେ ଚୋରି ଘଟଣା,ସିସିଟିଭି ଭାଇରଲ, ପୋଲିସ ତଦନ୍ତ ଆରମ୍ଭ
ଅଇଁଠାପାଲି ଥାନା ଅନ୍ତର୍ଗତ ମାତୃବିହାର ଅଞ୍ଚଳରେ ଗତ ଫେବୃଆରୀ 25 ତାରିଖରେ ହୋଇଥିବା ଚୋରି ର ଆଜି ସିସିଟିଭି ଅପରାହ୍ନ ପ୍ରାୟ 4 ଟା ରେ ଭାଇରଲ ହୋଇଛି l ମିଳିଥିବା ସୂଚନା ଅନୁସାରେ ମୁକୁନ୍ଦ ନାଏକଙ୍କ ଘରୁ ବିଳମ୍ବିତ ରାତିରେ କିଛି ଦୁର୍ବୁର୍ତ୍ତ ପସି ତାଙ୍କ ଘରୁ ସୁନା, ରୁପା ଓ ପାଟ ଶାଢ଼ୀ ଚୋରି କରି ଦୁର୍ବୁର୍ତ୍ତ ମାନେ ଫେରାର ହୋଇଯାଇଥିଲେ l ଏହି ଘଟଣା ରାତି ପ୍ରାୟ 3 ଟା ସମୟରେ ହୋଇଥିବା ଜଣାପଡିଛି l ତେବେ ଏହି ଘଟଣା ନେଇ ମୁକୁନ୍ଦ ନାଏକ ଅଇଁଠାପାଲି ଥାନା ରେ ଏକ ମାମଲା ରୁଜୁ କରିଛନ୍ତି l ତେବେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି l