#ଗଣଶିକ୍ଷା_ମନ୍ତ୍ରୀଙ୍କ_ଇସ୍ତଫା_ଦାବିରେ_ବିଜେଡିର_ବିକ୍ଷୋଭ
କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଏବଂ ତୁରନ୍ତ ନୂତନ ପାଠ୍ୟବହି ଯୋଗାଇବା ଦାବିରେ ବିକ୍ଷୋଭ ଓ ପ୍ରତିବାଦ କରାଯାଇଛି।
ବିକ୍ଷୋଭ ପରେ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ବିଜେଡି ପକ୍ଷରୁ ରାଜ୍ୟ ସରକାରଙ୍କ ଶିକ୍ଷା ନୀତିକୁ ସମାଲୋଚନା କରାଯାଇଥିବା ବେଳେ, ଏହି କାର୍ଯ୍ୟକ୍ରମରେ ରାଜ୍ୟ ଛାତ୍ର ସଭାପତି ଇପ୍ସିତା ସାହୁ, ପୂର୍ବତନ ବିଧାୟକ, ଦଳୀୟ ନେତା ଓ ବହୁ କର୍ମୀ ଉପସ୍ଥିତ ଥିଲେ। ପ୍ରତିବାଦ ଶେଷରେ ମୁଖ୍ୟମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା।
#Koraput #BJD #Protest #Education #Odisha