ଧୁମାଗଡ଼ା ଗ୍ରାମ ରୁ ବିସ୍ପୋରକ ସାମଗ୍ରୀ ଜବତ ଜଣେ ଗିରଫ
Balisankara, Sundargarh | Mar 8, 2026
ବଡ଼ଗାଁ ଥାନା ଅନ୍ତର୍ଗତ ଧୁମାଗଡ଼ା ଗ୍ରାମ ରେ ବଡ଼ଗାଁ ପୋଲିସ ଚଢ଼ାଉ କରି ୨ ଶହ ଗ୍ରାମ ବାରୁଦ ସହ ବିସ୍ଫୋରକ ସାମଗ୍ରୀ ଜବତ କରିଛି। ଘଟଣା ଅନୁଯାୟୀ ବଡ଼ଗାଁ ଥାନା ଆଇଆଇସି ମହେନ୍ଦ୍ର ସାହୁ ଧୁମାଗଡ଼ା ଗ୍ରାମ ରେ ବାର୍ହା ମାରିବା ସହ ପଥର ଫଟାଇବା ପାଇଁ ବ୍ୟବହୃତ ହେଉଥିବା ବିସ୍ପୋରକ ବମ ତିଆରି ହେଉଥିବା ସୂଚନା ପାଇବା ପରେ ଆଜି ଏଏସଆଇ ବିଜୟ କୁମାର କର ଅରୁପାନନ୍ଦ ଦାସ ସଦଳବଳେ ଚଢ଼ାଉ କରି ୨ ଶହ ଗ୍ରାମ ବାରୁଦ ବିସ୍ଫୋରଣ ରେ ବ୍ୟବହୃତ ଜିଆଇ ତାର ଓ ୧୩ ଗୋଟି ବମ ଜବତ କରିଛି।ଏହା ସହ ଏହି ବମ ତିଆରି କରୁଥିବା ଧୁମାଗଡ଼ା ଗ୍ରାମ ର ଖତୁ ଖିଲେଇ କୁ ଗିରଫ କରି କୋର୍ଟ ଚାଲାଣ କରିଛି।