ବର୍ଷା ରୁତୁ ପରେ ଶରତ ରୁତୁ ଆସିଯାଇଛି। ଏବେ ଚାଷୀ ମୁହଁ ରେ ହସ ଫୁଟେଇ ଦେଇଛି ଚାଷ। ବର୍ତମାନ ଅମଳ ସମୟ ଆସିଛି। ଚାଷୀ ତତ୍ପରତା ହୋଇ, ସଂଗ୍ରହ କରିବାରେ ଲାଗି ପଡିଛନ୍ତି।, ଏହି ବ୍ଲକ ରେ ଅନ୍ୟ ସମ୍ପ୍ରଦାୟ ଅପେକ୍ଷା ଆଦିବାସୀ ମାନେ ଅଧିକ ସଂଖ୍ୟକ ରେ ବସବାସ କରନ୍ତି। ସେମାନଙ୍କ ମୁଖ୍ୟ ଜୀବିକା ହେଲା ପଡ଼ୁ ଚାଷ।, ବ୍ଲକ ରେ ସମତଳ ଜମି ଅପେକ୍ଷା, ପାହାଡିଆ ଜମି ଅଧିକ ରହିଛି। ତେଣୁ ଏଠାକାର, ଚାଷୀ ମାନେ, ପାହାଡ଼ ଜମି ରେ , ଡଙ୍ଗର ଧାନ ଠାରୁ ଆରମ୍ଭ କରି, ମାଣ୍ଡିଆ, କାଙ୍ଗୁ ସୁଆଁ ,ଖେଡ ଜନି ଭଳି ବିଭିନ୍ନ ପ୍ରକାର ଚାଷ ଉତ୍ପାଦନ କରି ଜୀବିକା ନିର୍ବାହ କରନ୍ତି।