ଫୁଲବାଣୀ ସହର: ଦୂତିପଡା ଗ୍ରାମରେ ଗାଧୋଇବାକୁ ଯାଇ ନଦୀରେ ବୁଡ଼ି ନାବାଳକ ମୃତ
ଖଜୁରୀପଡ଼ା ଥାନା ଅନ୍ତର୍ଗତ ଦୂତିପଡା ଗ୍ରାମରେ ଗାଧୋଇ ଯାଇଥିବା ବେଳେ ନଦୀ ରେ ବୁଡ଼ିଯାଇ ନାବାଳକ ମୃତ୍ୟୁ ବରଣ ହୋଇଅଛି। ସୂଚନା ଅନୁଯାୟୀ, ନାବାଳକ ସାଙ୍ଗ ମାନଙ୍କ ସହ ବାରପୁଲିଆ ନଦୀର ସିମଲି ଘାଟରେ ଗାଧୋଇବା ପାଇଁ ଯାଇଥିଲେ । ଅସାବଧାନତା ବଶତଃ ଗୋଡ ଖସି ଯିବାରୁ ପାଣିରେ ବୁଡି ଯାଇଥିଲେ । ଖବର ପାଇ ସ୍ଥାନୀୟ ଲୋକ ମାନେ ତାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଫୁଲବାଣୀ ମେଡିକାଲକୁ ନେଇଥିଲେ । ସେଠାରେ ଡାକ୍ଟର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏ ନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ସୂଚନା ମିଳିଛି।