ସ୍କୁଲ ଡ୍ୟୁଟିରୁ ଘରକୁ ଫେରୁଥିବା ସମୟରେ ଜଣେ ଅଚିହ୍ନା ଆହତ ବ୍ୟକ୍ତିଙ୍କୁ ନିଜସ୍ୱ ଖର୍ଚ୍ଚରେ ପ୍ରାଇଭେଟ ଗାଡ଼ି ଭଡ଼ା କରି ଡାକ୍ତରଖାନାକୁ ପହଞ୍ଚେଇ ମାନବିକତାର ପରିଚୟ ଦେଇଛନ୍ତି ଜଣେ ଶିକ୍ଷକ ଆକାଶ କୁମାର ସାହୁ ଯାହାକି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛି।ଅନେକ ଲୋକମାନେ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଦେଖି ଛାଡ଼ି ଚାଲିଯାଉଥିବା ସମୟରେ ନିଃସ୍ୱାର୍ଥପର ଭାବେ ସହାୟତା ପାଇଁ ଆଗେଇ ଆସିଥିବା ଶ୍ରୀ ସାହୁଙ୍କ ଉଦ୍ୟମକୁ ଅଞ୍ଚଳବାସୀ ଉଚ୍ଚ ପ୍ରସଂସା କରିଛନ୍ତି।ଆଜି ବରଗଡ଼ ଜିଲ୍ଲା ରାଜବୋଡ଼ାସମ୍ବର ବ୍ଲକ ଅନ୍ତର୍ଗତ କନସିଂହା ଛକ ଆଗରେ ସନ୍ଧ୍ୟା 6ଟା 30 ମିନିଟ ସମୟ ପାଖା ପ