ଶାରିଶୁଆ ଖଣି ଅଂଚଳ ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତନାଘନା, ଲାଗିବ ସିସିଟିଭି, ଚେକପୋଷ୍ଟ ଓ 24ଘଣ୍ଟିଆ ଜଗିବେ ଫୋର୍ସ l ଖଇରା ବ୍ଲକ କୁପାରି ଶାରିଶୁଆ ଖଣି ଅଂଚଳ ରେ ବେଆଇନ ଭାବେ ଖଣି ଖନନ ଚାଲିଥିବା ବେଳେ ସେ ସବୁ ବନ୍ଦ କରିବା ପାଇଁ ଆଜି ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ, ଉପଜିଲ୍ଲାପାଳ, ଖଣିଅଧିକାରିଣୀ ସନ୍ତୋଷି ସେଠି ଖଇରା ବିଡ଼ିଓ, ତହସିଲଦାର ମିଳିତ ଭାବେ ଆଜି ଶାରୀଶୁଆ ଖଣି ଅଂଚଳ କୁ ଯାଇ କେଉଁ ଭଳି ଭାବେ ବେଆଇନ ଖନନ ବନ୍ଦ ହୋଇପାରିବ l କେଉଁ ସ୍ଥାନ ରେ ସିସିଟିଭି ଲାଗିବ, ଚେକ ପୋଷ୍ଟ କେଉଁଠି ଲାଗିବ ସେ ବିଷୟରେ ଅନୁଧ୍ୟାନ କରିଥିଲେ l