ଶାବର ଶ୍ରୀକ୍ଷେତ୍ର କୋରାପୁଟ ଆଡ଼ପ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ଦିବ୍ୟ ମତ୍ସ୍ୟ ଅବତାର ବେଶ
ଶାବର ଶ୍ରୀକ୍ଷେତ୍ର କୋରାପୁଟ ଆଡ଼ପ ମଣ୍ଡପରେ ବିରାଜମାନ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା ଓ ସୁଦର୍ଶନଙ୍କ ଦିବ୍ୟ ମତ୍ସ୍ୟ ଅବତାର ବେଶ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ଦେଖାଦେଇଛି ଅପାର ଉତ୍ସାହ। ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମହାପ୍ରଭୁଙ୍କ ଏହି ଅଲୌକିକ ବେଶ ଶ୍ରଦ୍ଧାଳୁଙ୍କୁ ଭକ୍ତି ଓ ଆନନ୍ଦରେ ବିଭୋର କରିଛି।
ଆପଣ ମଧ୍ୟ ମହାପ୍ରଭୁଙ୍କ ଏହି ଦିବ୍ୟ ମତ୍ସ୍ୟ ଅବତାର ବେଶର ଦର୍ଶନ କରି ନିଜକୁ ଧନ୍ୟ ମନେ କରନ୍ତୁ।
ଜୟ ଜଗନ୍ନାଥ। 🙏
#Openlensnews #VoiceOfKoraput #Koraput #SabaraSrikhetra #Jagannath #MatsyaAvatar #RathaYatra2026