କଟକ କୃଷକ ବଜାର ବସ୍ତିରେ ଜଳବନ୍ଦୀ: ୧୫ ପରିବାରକୁ ରିଲିଫ ପ୍ରଦାନ କଲେ ମେୟର
କଟକ ସିଡିଏ ୱାର୍ଡ ୬ କୃଷକ ବଜାର ବସ୍ତିରେ ଲଗାଣ ବର୍ଷାରେ ୧୫ଟି ପରିବାର ଜଳମଗ୍ନ। ମେୟର ସୁବାସ ସିଂହ ଓ ଡେପୁଟି କମିଶନର ଘଟଣାସ୍ଥଳ ପରିଦର୍ଶନ କରିବା ସହ ରିଲିଫ ପ୍ରଦାନ କରିଛନ୍ତି। ଫାୟାର ବ୍ରିଗେଡ୍ ସହାୟତାରେ ଜଳ ନିଷ୍କାସନ କରାଯାଇଥିବା ବେଳେ ସ୍ଥାୟୀ ସମାଧାନ ପାଇଁ ମେୟର ନିର୍ଦ୍ଦେଶ ଦେଇଛନ୍ତି।