ଉଦଳା: ହାତୀ ପାଇଁ କାଠୁଆବେଡା ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଛୁଟି ଘୋଷଣା
ହାତୀ ପାଇଁ ସ୍କୁଲ ଛୁଟି । କାଠୁଆବେଡା ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି । ସ୍କୁଲ ପାଖରେ ଜଗି ରହିଛନ୍ତି ଦୁଇ ବଣୁଆ ହାତୀ । ଯାହାକୁ ନେଇ ପିଲାମାନଙ୍କ ସୁରକ୍ଷା ଦୃଷ୍ଟି କୋଣରୁ ଆଜି ବିଦ୍ୟାଳୟ ଛୁଟି କରାଯାଇଛି । ପ୍ରଧାନ ଶିକ୍ଷକ ଆଜି ସକାଳେ ଘଟଣା ବାବଦରେ ଜାଣିବା ପରେ ବିଇଓଙ୍କୁ ଜଣାଇବା ପରେ ସ୍ଥିତିକୁ ନଜରରେ ରଖି ଆଜି ବିଇଓଙ୍କ ନିର୍ଦେଶରେ ବିଦ୍ୟାଳୟ ଛୁଟି କରାଯାଇଛି । ହାତୀ ଦୁଇଟି ବିଦ୍ୟାଳୟଠାରୁ ମାତ୍ର ଶହେ ମିଟର ଦୂରରେ ରହିଥିବା କାରଣରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ହାତୀଙ୍କ ଗତିବିଧି ଦେଖିବା ପରେ ବିଦ୍ୟାଳୟ ଖୋଲାଯିବ କହିଛନ୍ତି ପ୍ରଧାନ ଶିକ୍ଷକ