ଉଦଳା: ଓଏଏସ ପରୀକ୍ଷାରେ ୨୬୫ ନମ୍ବର ରାଙ୍କରେ କୃତକାର୍ଯ୍ୟ ହେଲେ ନୂଆଗାଁର ବିଜେଶ ପରିଡା, ଶୁଭେଚ୍ଛା ଜଣାଇଲେ ବିଧାୟକ
ଗତକାଲି ପ୍ରକାଶ ପାଇଛି ଓଏଏସ ରେଜଲ୍ଟ । ୨୬୫ ନମ୍ବର ରାଙ୍କ ହାତେଇଛନ୍ତି କପ୍ତିପଦା ବ୍ଲକ ନୁଦଡିହା ପଞ୍ଚାୟତ ନୂଆଗାଁ ଗ୍ରାମର ବିଜେଶ ପରିଡା । ଏହା ଥିଲା ତାଙ୍କର ଦ୍ଵିତୀୟ ଚେଷ୍ଟା । ଦ୍ଵିତୀୟ ଚେଷ୍ଟାରେ ସେ ପାଇଛନ୍ତି ସଫଳତା, ଆଗାମୀ ଦିନରେ ସେ ସାଧାରଣ ଲୋକଙ୍କ ପାଇଁ କାମ କରିବେ ଏହି ଲକ୍ଷ୍ୟ ରଖିଥିବା ବେଳେ ଚାରି ବର୍ଷର ପ୍ରୟାସ ପରେ ସଫଳତା ପାଇଛନ୍ତି । ତାଙ୍କୁ ଆଜି ଦିବା ୧୨ ଘଟିକା ସମୟରେ ଭେଟିଛନ୍ତି ଉଦଳା ବିଧାୟକ ଭାସ୍କର ମଢେଇ ଓ ଉଦଳା ଏନଏସି ଅଧକ୍ଷା ପ୍ରମିଳା ପଣ୍ଡା ତେବେ ବିଜେଶ ଙ୍କୁ ଭେଟିବା ସହିତ ତାଙ୍କୁ ସୁବେଛ୍ଛା ଜଣାଇଛନ୍ତି ।