#ଡାକ୍ତର_ସୁରକ୍ଷାକୁ_ନେଇ_ମାଲକାନଗିରିରେ_ଆଜି_ଉତ୍ତେଜନା !! #dinaratitv #TheCommonTimes
ଗତକାଲି ଜିଲ୍ଲା ଚିକିତ୍ସାଳୟରେ କର୍ତ୍ତବ୍ୟରତ ଡାକ୍ତର ର ଙ୍କୁ ମାଡ ମାରିବା ଘଟଣାର ପ୍ରତିବାଦରେ ଆଜି ଓମ୍ସା ତରଫରୁ କଳା ବ୍ୟାଚ ପିନ୍ଧି ଧାରଣା ଦେଇଛନ୍ତି ସମସ୍ତ ଡାକ୍ତର।
ଗତକାଲି ରାତି ପ୍ରାୟ ୧ଟା ସମୟରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କାଜୁଆଲଟି ୱାର୍ଡରେ କର୍ତ୍ତବ୍ୟରତ ଥିଲେ ଡାକ୍ତର ସିଦ୍ଧାର୍ଥ । ସାପ କାମୁଡାରେ ଆସିଥିବା ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ପରେ ଉତ୍ତ୍ୟକ୍ତ ଗ୍ରାମବାସୀ ଡାକ୍ତରଙ୍କ ଉପରେ ଆକ୍ରମଣ କରିଥିଲେ। ଡାକ୍ତର ଆହତ ହୋଇଥିଲେ। ଏହି ଘଟଣାର ପ୍ରତିବାଦରେ ଓଡିଶା ମେଡିକାଲ ସର୍ଭିସ ଆସୋସିଏସନ ଓମ୍ସା ଆଜି ଜିଲ୍ଲା ବ୍ୟାପୀ ପ୍ରତିବାଦ କରିଛି।
ଆଜି ସକାଳ ୧୦ଟାରୁ ୧୦/୩୦ ଟା ଯାଏଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ସମସ୍ତ ସିଏଚସି, ପିଏଚସିର ଡାକ୍ତରମାନେ କଳା ବ୍ୟାଚ ପିନ୍ଧି କାର୍ଯ୍ୟ କରିଛନ୍ତି।
ଏହି ଘଟଣା ପରେ ମାଲକାନଗିରି ସଦର ଥାନାରେ ଆକ୍ରମଣକାରୀଙ୍କ ବିରୁଦ୍ଧରେ ଡାକ୍ତରୀ ସୁରକ୍ଷା ଆଇନ ଅନୁଯାୟୀ ମାମଲା ରୁଜୁ ହୋଇଛି। ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରୁଛି।
ଡାକ୍ତର ହେଉଛନ୍ତି ସମାଜର ରକ୍ଷକ। ସେମାନଙ୍କ ସୁରକ୍ଷା ହିଁ ଜନସ୍ୱାସ୍ଥ୍ୟର ସୁରକ୍ଷା। ଆସନ୍ତୁ ସମସ୍ତେ ମିଶି ଡାକ୍ତରଙ୍କୁ ସମ୍ମାନ ଦେବା ଓ ସୁରକ୍ଷା ଦେବା।