ଝାରସୁଗୁଡା: ଆସନ୍ତା ୨୮ ତାରିଖରେ ଝାରସୁଗୁଡ଼ାରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ସାମ୍ବାଦିକ ସମ୍ମିଳନୀ ପାଇଁ ବେହେରାମାଲରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଶନିବାର ମଧ୍ୟାନ ଶାଢ଼େ ୧୨ଟାରେ ଆସନ୍ତା ୨୮ ତାରିଖରେ ଝାରସୁଗୁଡ଼ାରେ ହେବାକୁଥିବା ରାଜ୍ୟସ୍ତରୀୟ ସାମ୍ବାଦିକ ସମ୍ମିଳନୀ ପାଇଁ ପ୍ରସ୍ତୁତି ବେହେରାମାଲ କାର୍ଯ୍ୟାଳୟରେ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ଏସୟୁଜେ ସଭାପତି କୈଳାସ ନାଏକ, ସଂପାଦକ ଶଶାଙ୍କ ଝାଙ୍କର ସମେତ ରାଜ୍ୟ ଓ ଜିଲ୍ଲାସ୍ତରୀୟ କର୍ମକର୍ତ୍ତମାନେ ଉପସ୍ଥିତ ରହିଥିଲେ । ଏହି ଚୂଡ଼ାନ୍ତ ବୈଠକରେ କିଭଳି ଭାବରେ ଏହି ରାଜ୍ୟସ୍ତରୀୟ ସମେବେଶକୁ ଆୟୋଜନ କରାଯାଇ ପାରିବ ସେନେଇ ଆଲୋଚନା କରାଯାଇଥିଲା ।