ଅକ୍ଟୋବର ୨୫ ଓ ୨୬ ତାରିଖ ଦିନ କଟକ ଠାରେ ରାଜ୍ୟ ସ୍ତରୀୟମାର୍ଶଲ ଆର୍ଟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ରାଜ୍ୟର ୩୫୭ ଜଣ ପ୍ରତିଯୋଗୀ ଭାଗ ନେଇ ଥିଲେ। ସେ ମଧ୍ୟରେ ସମ୍ବଲପୁର ଜିଲ୍ଲା ବାମରା ନିବାସୀ ନରେଶ ସିଙ୍ଗ ଠାକୁରଙ୍କ ପୁଅ ସକ୍ଷମ ସିଙ୍ଗ ଠାକୁର ଗୋଲ୍ଡ ଓ ବ୍ରୋଞ୍ଜ ମେଡାଲ ରେ ସମ୍ମାନିତ ହୋଇଛନ୍ତି। ସେହି ପରି ନିଶାନ୍ତ ସ୍ୱାଇ ଗୋଲ୍ଡ, ଅଲ୍ମାନ ରାଉତ ସିଲଭର ଓ ବ୍ରୋଞ୍ଜ ମେଡାଲ ଜିତି ଥିବା ବେଳେ ଆନ୍ସି ନାଏକ, ରାକ୍ଷୀ ସିଙ୍ଗ, ରୀୟାନ୍ଶ ନାଏକ ଓ ଅମନ ରାଉତ ବ୍ରୋଞ୍ଜ ମେଡାଲ ଜିତି ବାମରା କୁ ଫେରିଛନ୍ତି। ସମସ୍ତଙ୍କୁ ଶନିବାର ଦିନ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।