ପଦ୍ମପୁର: ବରଭଟା ଓ ସାପଲହର ଠାରେ ଅବକାରୀ ବିଭାଗର ଚଢ଼ାଉ, ୩୮ଲିଟର ଦେଶୀ ରନ୍ଧା ମଦ ଜବତ ସହ ଦୁଇ ଜଣ ଗିରଫ
ଆକ୍ସନ ମୁଡ ରେ ପଦ୍ମପୁର ଅବକାରୀ ବିଭାଗ। ଚୋରା ଦେଶୀ ରନ୍ଧା ମଦ କେମିତି ବନ୍ଦ କରାଯାଇ ପାରିବ ସେ ନେଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି ଅବକାରୀ ବିଭାଗ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପଦ୍ମପୁର ଅବକାରୀ ଥାନା ଇନ୍ସପେକ୍ଟର ଡମ୍ବରୁଧର ହରିଜନ ଙ୍କ ନିର୍ଦ୍ଦେଶ କ୍ରମେ ପଦ୍ମପୁର ଅବକାରୀ ଥାନା ଅଧିକାରୀ ଲକ୍ଷ୍ମୀ ଧର ମାଝୀ ନେତୃତ୍ୱରେ ବରଭଟା ଓ ସାପଲହର ଠାରେ ଗତକାଲି ଚଢ଼ାଉ କରାଯାଇଥିଲା। ସେଠାରେ ଦୁଇ ଜଣଙ୍କ ଠାରୁ ମୋଟ ୩୮ ଲିଟର ଦେଶୀ ରନ୍ଧା ମଦ ଜବତ କରାଯିବା ସହ ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା। ଆଜି ଦୁହି ଜଣଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି 12 ଟା ସମୟ ପାଖା ପାଖିରେ ସୂଚନା