#ଯାଜପୁରରେ_ରାଜ୍ୟସ୍ତରୀୟ_ପାଲା_ଓ_ଦାସକାଠିଆ_ମହୋତ୍ସବ_୨୦୨୬_ଉଦ୍ଘାଟିତ
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ତଥା ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ଯାଜପୁର ଜିଲ୍ଲା ପ୍ରଶାସନ, ଜିଲ୍ଲା ସଂସ୍କୃତି ପରିଷଦ ଏବଂ 'ପୁଣ୍ୟ ଉତ୍କଳ'ର ମିଳିତ ସହଯୋଗରେ ଯାଜପୁର ଗୌତମ ବୁଦ୍ଧ ସଂସ୍କୃତି ଭବନରେ 'ରାଜ୍ୟସ୍ତରୀୟ ପାଲା ଓ ଦାସକାଠିଆ ମହୋତ୍ସବ-୨୦୨୬' ମହାସମାରୋହରେ ଉଦ୍ଘାଟିତ ହୋଇଯାଇଛି। ଏହି ଉଦ୍ଘାଟନୀ ସମାରୋହରେ ସମ୍ମାନିତ ଅତିଥି ଭାବେ ପୂର୍ବତନ ଜିଲ୍ଲାପରିଷଦ ଅଧକ୍ଷ ଗୌତମ ରାୟ ଯୋଗଦେଇ ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ତଥା ଲୋକକଳାର ସଂରକ୍ଷଣ ଦିଗରେ ଏଭଳି ମହୋତ୍ସବର ଆୟୋଜନ ପ୍ରକୃତରେ ଅତ୍ୟନ୍ତ ପ୍ରଶଂସନୀୟ ବୋଲି କହିଥିଲେ। ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ତଥା ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡ. ଚନ୍ଦ୍ରଶେଖର ହୋତା ଏଥିରେ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଯାଜପୁର ହେଉଛି କଳା ଓ ସଂସ୍କୃତିର ଏକ ପ୍ରାଚୀନ ପୀଠ ବୋଲି ମତପ୍ରକାଶ କରିଥିଲେ। ଏହି ମଞ୍ଚରେ ଉପସ୍ଥିତ ଥିବା ଯାଜପୁରର ବିଶିଷ୍ଟ ଶିକ୍ଷାବିତ୍ ପଣ୍ଡିତ ଭୂପତି ଭୂଷଣ ମିଶ୍ର, ହରିଶ ଚନ୍ଦ୍ର ପଣ୍ଡା, ଉପ-ଜିଲ୍ଲାପାଳ ତାପସ ରଞ୍ଜନ ଦେହୁରୀ , ବିଶିଷ୍ଟ ଶିକ୍ଷାବିତ୍ ଡ. ଦାମୋଦର ବେହେରା ଏବଂ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ପ୍ରମୁଖ ଅନ୍ୟାନ୍ୟ ମାନ୍ୟଗଣ୍ୟ ଅତିଥିମାନେ ମଧ୍ୟ କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ।ସେପ୍ଟେମ୍ବର ୨୧ ରୁ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ୫ ଦିନିଆ ମହୋତ୍ସବରେ ପ୍ରଥମ ଦୁଇ ଦିନ ଦାସକାଠିଆ ଏବଂ ପରବର୍ତ୍ତୀ ତିନି ଦିନ ପାଲା ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଛି।
#Jajpurnews #jajpurkhabar #Aeiodisha #lntvnetwork