କଟକ ପୌରାଞ୍ଚଳ: ନୁଖାପଡା ସ୍ଥିତ ଏକ ଷ୍ଟଡ଼ି ସେଣ୍ଟର ରୁ ସାଇକେଲ ଚୋରି ବେଳେ ଧରା ପଡିଲେ ଯୁବକ।
ଅପରାହ୍ନ ରେ ନରସିଂହପୁର ବ୍ଲକ ଅନ୍ତର୍ଗତ ନୁଖାପଡା ସ୍ଥିତ ଏକ ଷ୍ଟଡ଼ି ସେଣ୍ଟର ରୁ ସାଇକେଲ ଚୋରି ବେଳେ ଧରା ପଡିଲେ ଯୁବକ। ଗତ ଚାରି ଦିନ ତଳେ ମଧ୍ୟ ଏକ ସାଇକେଲ ଚୋରି ହୋଇଥିଲା। ଷ୍ଟଡି ସେଣ୍ଟର ପାଖରେ ଜଣେ ଦୋକାନୀ ଏହି ସାଇକେଲ ଚୋରି ଘଟଣା ଦେଖିଥିଲେ। ଏବଂ ଯୁବକ ଙ୍କୁ ଧରି ନିର୍ଧୁମ ଛେଚିଥିଲେ। ଯୁବକ ବଡମ୍ବା ଧୁଧିଆ ବେରଣୀ ଗାଁର ମଳୟ ବେହେରା ବୋଲି ଜଣାପଡିଛି। ନରସିଂହପୁର ଥାନା ପୋଲିସ ପହଂଚି ଯୁବକ ଙ୍କୁ ଗିରଫ କରିଛି। ଏନେଇ ଅଧିକ ତଦନ୍ତ କରୁଛି ପୋଲିସ।