ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବଳରାମ ପ୍ରସାଦ ଗ୍ରାମରେ ଥିବା ଶିବ ମନ୍ଦିରରେ ପ୍ରବଳ ଭିଡ଼ ଲାଗି ରହିଛି। କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଏହି ଭିଡ଼ ପରିଲକ୍ଷିତ ହୋଇଥିବା ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ମିଳିଛି। ଶ୍ରଦ୍ଧାଳୁ ମାନଙ୍କ କହିବା ଅନୁଯାୟୀ ଯିଏ ଯାହା ମାନସିକ କରିବ ତାହା ନିଶ୍ଚୟ ପୂରଣ ହେଉଛି। ଯାହା ଫଳରେ ବିଶ୍ୱାସ ରଖି ବହୁ ଶ୍ରଦ୍ଧାଳୁ ଆସୁଛନ୍ତି।