ପଟ୍ଟାଙ୍ଗୀ: ନନ୍ଦପୁରରେ ଆଷାଢ ଶୁକ୍ଳ ଏକାଦଶୀରେ ରଥାରୂଢ ଶ୍ରୀବିଗ୍ରହଙ୍କ ସୁନାବେଶ
ସରିଛି ଜନ୍ମବେଦି ଲୀଳା। ନଅଦିନ ପରେ ଗୁଣ୍ଡିଚାବାଡ଼ିରୁ ମେଲାଣି ନେଇଛନ୍ତି ମହାପ୍ରଭୁ। ଆଷାଢ଼ ଶୁକ୍ଲ ଏକାଦଶୀ ରେ ସିଂହଦ୍ୱାରଠାରେ ରଥାରୂଢ଼ ତିନି ଠାକୁର ଆଜି ସୁନାବେଶରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଥିବା ସଂଧ୍ଯା ୬ଟା ସମୟରେ ଦେଖିବାକୁ ମିଳିଛି । ଜନ୍ମବେଦି ଲୀଳା ସାରି ଗତକାଲି ନନ୍ଦପୁର ଶ୍ରୀମନ୍ଦିର ନିକଟରେ ପହଞ୍ଚିଛନ୍ତି ଚତୁର୍ଦ୍ଧାମୂରତୀ। ଗତକାଲି ମହାପ୍ରଭୁ ଙ୍କ ରଥ ସିଂହଦ୍ଵାର ନିକଟରେ ଲାଗିବା ପରେ ଆଜି ରଥ ଉପରେ ମହାପ୍ରଭୁଙ୍କୁ ଭକ୍ତମାନେ ପ୍ରଭୁଙ୍କୁ ସୁନାବେଶରେ ଦର୍ଶନ କରୁଛନ୍ତି।