ଟ୍ରେନ୍ ଭିତରେ ସର୍ବସମ୍ମୁଖରେ ପରିସ୍ରା କଲେ ଯାତ୍ରୀ, ମାଡ଼ ମାରି ନିଜ ସାର୍ଟରେ ସଫା କରାଇଲେ ପବ୍ଲିକ୍ !
ଟ୍ରେନ୍ ବଗି ଭିତରେ ଜଣେ ଯାତ୍ରୀଙ୍କ ଲଜ୍ଜାଜନକ କାର୍ଯ୍ୟର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ମହିଳା ଏବଂ ଅନ୍ୟ ଯାତ୍ରୀଙ୍କ ଉପସ୍ଥିତିରେ ଉକ୍ତ ବ୍ୟକ୍ତି ଜଣକ ଖୋଲାଖୋଲି ଭାବେ ଟ୍ରେନ୍ ଚଟାଣରେ ପରିସ୍ରା କରିଦେଇଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ଅନ୍ୟ ଯାତ୍ରୀମାନେ ତାଙ୍କୁ ଧରି ନିସ୍ତୁକ ମାଡ଼ ମାରିଥିଲେ। କେବଳ ସେତିକି ନୁହେଁ, ପବ୍ଲିକ୍ ଉକ୍ତ ବ୍ୟକ୍ତିଙ୍କ ପିନ୍ଧା ସାର୍ଟ କାଢ଼ି, ସେହି ସାର୍ଟରେ ତାଙ୍କୁ ପରିସ୍ରା ସଫା କରିବାକୁ ବାଧ୍ୟ କରିଥିଲେ। ଟ୍ରେନ୍ ଭିତରେ ଲୋକଙ୍କ ଏହି 'ଇନ୍ଷ୍ଟାଣ୍ଟ୍ ଜଷ୍ଟିସ୍' ବା ତୁରନ୍ତ ନ୍ୟାୟର ଦୃଶ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
#TrainViralVideo #ViralNews #InstantJustice #OdiaNews #PublicReaction #IndianRailways #ShockingVideo
#KalingaNews
@followers
Star 🌟sender Followers