ଗୋବିନ୍ଦପୁର: କେଛୁପାଣି ଠାରେ ସାପ କାମୁଡାରେ ଜଣେ ଯୁବକ ଆହତ, ସୁନ୍ଦରଗଡ଼ ସ୍ଥାନାନ୍ତରିତ
ବାମରା ବ୍ଲକ ଅନ୍ତର୍ଗତ କେଚ୍ଛୁପାଣି ଠାରେ ଜଣେ ଯୁବକ ଙ୍କୁ ସାପ କାମୁଡ଼ି ଦେଇଥିବା ବେଳେ ତାଙ୍କୁ ସୁନ୍ଦରଗଡ଼ କୁ ସ୍ଥାନାନ୍ତରିତ କରାଯାଇଛି। ସୂଚନା ଅନୁସାରେ କେଛୁପାଣି ଗ୍ରାମର ବସନ୍ତ ଲରିଆ ଶନିବାର ରାତି ପ୍ରାୟ ୯ ଟା ସମୟରେ ଘର ପାଖ କ୍ଷେତରେ ଶୌଚ ପାଇଁ ଯାଇଥିବା ବେଳେ ତାଙ୍କ ଗୋଡ଼ରେ କୌଣସି ଏକ ସାପ କାମୁଡ଼ି ଦେଇଥିଲା। ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଉଦ୍ଧାର କରି ଗୋବିନ୍ଦପୁର ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ପ୍ରାଥମିକ ଚିକିତ୍ସା ପରେ ରାତି ପ୍ରାୟ ୧୨ ଟା ସମୟରେ ତାଙ୍କୁ ସୁନ୍ଦରଗଡ଼ ମେଡ଼ିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି।