ଶିଆଲଝୁଲି ଜଙ୍ଗଲରେ ଚାଲିଥିବା ମହୁଲିମଦ ତିଆରି ଆଡାରେ ଅବକାରୀ ଚଢ଼ାଉ ୩୦୦କେଜି ପୋଚ ୨୦ଲିଟର ମକୁ ନଷ୍ଟ ଆଜି ସନ୍ଧ୍ୟା ୭.୩୦ ସମୟରେ ଜିଲ୍ଲା ଅବକାରୀ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ l ଆଜି ପାଖାପାଖି ସକାଳ ୧୧.୩୦ ମନମୁଣ୍ଡା ଥାନା ଅନ୍ତର୍ଗତ ସିଆଲଝୁଲି ଜଙ୍ଗଲରେ ଚଳିଥିବା ମହୁଲି ମଦ ତିଆରି ଆଡାରେ ଚଢ଼ାଉ କରି, ୩୦୦କେଜି ମହୁଲ ପୋଚ ସହିତ ୨୦ଲିଟର ରନ୍ଧା ମଦକୁ ଜବତ କରି ଘଟଣା ସ୍ଥଳରେ ନଷ୍ଟ କରିଛନ୍ତି l ଏନେଇ ୮୯/୨୦୨୫-୨୬ରେ ମାମଲା ରୁଜୁ କରାଯାଇଥିବା ନେଇ ମନମୁଣ୍ଡା ଅବକାରୀ ଥାନର OIC ଜିଲ୍ଲା ଅବକାରୀ ଅଧୁକାରୀଙ୍କୁ ଅବଗତ କରିଛନ୍ତି