ପାଟଣାଗଡ଼ ଥାନା ଅନ୍ତର୍ଗତ ଗୁହୁରୀଆ ମୁଣ୍ଡା ନିକଟରେ ସୋମବାର ସନ୍ଧ୍ୟାରେ କଣ୍ଟାବାଞୀ ପଟରୁ ଆସୁଥିବା ଏକ ମେଟାଲ ବୋଝେଇ ହାଇଓ୍ବା ବିପରୀତ ପଟରୁ କ୍ରସର ରୁ କାମ ସାରି ସାଇକେଲରେ ଘରକୁ ଫେରୁଥିବା ସୁରୁ ସାଣ୍ତ ନାମକ ବ୍ୟକ୍ତି ଙ୍କୁ ଧକ୍କା ଦେଇ ଥିଲା ଏଥିରେ ସୁରୁ ଗୁରୁତର ହୋଇ ପଡିଥିଲେ ।ତାଙ୍କୁ ଉଦ୍ଧାର କରି ପାଟଣାଗଡ଼ ଡ଼ାକ୍ତରଖାନାକୁ ଆଣିବାରୁ ଏଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।