ଆକ୍ସନ ମୋଡ଼ ରେ ଖଣି ଅଧିକାରୀ। ପଶ୍ଚିମବଙ୍ଗ କୁ ଚୋରା ଚାଲାଣ ବେଳେ ମାଡ଼ି ବସି ଲେ ଖଣି ଅଧିକାରୀ। ଖଣି ବିଭାଗର ବଡ଼ ଧରଣର ରେଡ଼ । ଗୁଡ଼ାଇ ଗୁଡ଼ାଇ ଧରିଲା ବେ ଆଇନ ବାଲି ବୋଝେଇ ଟ୍ରାକଟର କୁ । ଦହମୁଣ୍ଡା ରେ ସୁବର୍ଣ୍ଣରେଖା ନଦୀପଠାରୁ ଦିର୍ଘଦିନ ଧରି ବାଲି ଉତ୍ତୋଳନ କରି ବହିନେଉଯାଉଥିଲେ। ଖବର ପାଇ ଖଣି ବିଭାଗର ଜୁନିଅର ଅଧିକାରୀ ଜଗନ୍ନାଥ ଦାସ ଓ ଅଭିଷେକ ଙ୍କ ନେତୃତ୍ବରେ ଦୁଇଜଣ ଅଧିକାରୀ ଦହମୁଣ୍ଡା ନିକଟରୁ ଚାରୋଟି ବାଲି ଟ୍ରାକଟର ଜବଦ କରି କମର୍ଦ୍ଦା ଥାନାରେ ଜିମା ଦେଇଛନ୍ତି । ମାସ ମାସ ଧରି ସୁବର୍ଣ୍ଣରେଖା ନଦୀ ପଠା ଦହମୁଣ୍ଡା ଠାରୁ ପ୍ରେତେକ ଦିନ ଶହ ଶହ ଟ୍ରିପ ମାଟି ଓ ବାଲି ଦିନ ଦ୍ୱିପ୍ରହରରେ ବିଭିନ୍ନ ଜାଗାକୁ ଚୋରା ଚାଲାଣ ହଉଥିଲା । ମୋଟା ଅଙ୍କର ଅର୍ଥ ଉପାର୍ଜନ କରୁଥିଲେ ମାଫିଆ ।
Surajtv Surajtv Odia CMO Odisha Pratap Chandra Sarangi Collector & DM Balasore