ବରୀ ରାମଚନ୍ଦ୍ରପୁର: ବରୀ ପଂଚାୟତ ଛକରେ କଂଗ୍ରେସ ପକ୍ଷରୁ ନୂତନ କାର୍ଯ୍ୟାଳୟ ଉଦଘାଟନ ଉତ୍ସବ ଅନୁଷ୍ଠିତ, ଯୋଗଦେଲେ ଅନେକ କଂଗ୍ରେସ ନେତା
ବରୀ ପଂଚାୟତ ଛକରେ କଂଗ୍ରେସ ପକ୍ଷରୁ ନୂତନ କାର୍ଯ୍ୟାଳୟ ଉଦଘାଟନ ଉତ୍ସବ ଅନୁଷ୍ଠିତ, ଯୋଗଦେଲେ ଅନେକ କଂଗ୍ରେସ ନେତା l ଆଜି ବରୀ ବ୍ଲକ କଂଗ୍ରେସ ସଭାପତିଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଯଥା ବରିଷ୍ଠ କଂଗ୍ରେସ ନେତା ଦେବାଶିଷ ନାୟକ ଓ ଜିଲ୍ଲା କଂଗ୍ରେସ ସଭାପତି ମାଗୁଣି ଜେନା ଅତିଥିଭାବେ ଯୋଗଦେଇ ନୂତନ କାର୍ଯ୍ୟାଳୟକୁ ଉଦଘାଟନ କରିଥିଲେ l ଏହି ଅବସରରେ ଶ୍ରୀ ଜେନା କିଭଳି ବରୀ ବ୍ଲକରେ କଂଗ୍ରେସ ସଂଗଠନ ଶକ୍ତିଶାଳୀ ହେବ ଆଲୋଚନା କରିଥିଲେ l ଆଜିର ଏହି କାର୍ଯ୍ୟକ୍ରମରେ ଅନେକ କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ଥିଲେ l