ପାରଳାଖେମୁଣ୍ଡି: ଟାଉନ୍ ହଲ୍ ଠାରେ ରଥରେ ତିନି ଠାକୁରଙ୍କ ସୁନା ବେଶ ଦର୍ଶନ
ଟାଉନ୍ ହଲ୍ ଠାରେ ରଥରେ ତିନି ଠାକୁରଙ୍କ ସୁନା ବେଶ ଦର୍ଶନ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଟାଉନ୍ ହଲ୍ ଠାରେ ଆଜି ସନ୍ଧ୍ୟା ସାତଟା ବେଳେ ରଥରେ ତିନି ଠାକୁର ସୁନା ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଗତ କାଲି ବାହୁଡା ଯାତ୍ରା ହୋଇଥିବା ବେଳେ ମାଉସୀ ମାଁ ଙ୍କ ଘର ଠାରେ ତିନି ରଥ ଅଟକି ଥିଲା। ଆଜି ତିନି ରଥରେ ସୁନା ବେଶରେ ତିନି ଠାକୁର ପୂଜା ପାଇ ଥିଲେ। ଏହି ଅବସରରେ ତିନି ଠାକୁରଙ୍କ ସମସ୍ତ ପ୍ରକାର ନୀତି ଲକାନ୍ତି ଅନୁଯାଇ ପୂଜାର୍ଚ୍ଚନା କରାଯିବା ସହ ସନ୍ଧ୍ୟା ଆରତୀ କରା ଯାଇଥିଲା ।