ରବିବାର ଭୁବନେଶ୍ୱର ରେଡକ୍ରସ୍ ଭବନରେ ଓଡ଼ିଶା ଅବସରପ୍ରାପ୍ତ ଶିକ୍ଷକ ସଂଘ ଦ୍ୱାରା ଆୟୋଜିତ ବିଶ୍ୱ ଶିକ୍ଷକ ଦିବସ ପାଳନରେ ଯୋଗ ଦେଲେ ଭୁବନେଶ୍ୱର ମେୟର ସୁଲୋଚନା ଦାସ | ଯୋଗ ଦେଇ ମେୟର କହିଛନ୍ତି ଏଇ ଭଳି କାର୍ଯ୍ୟକ୍ରମ ରେ ଯୋଗ ଦେଇ ମୁଁ ଅତ୍ୟନ୍ତ ଆନନ୍ଦିତ ହେଲି। ଅଗଣିତ ଭବିଷ୍ୟତ ଗଠନ ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିବା ଆମର ସମ୍ମାନଜନକ ଶିକ୍ଷକମାନଙ୍କ ସହିତ ଆଲୋଚନା କରିବା ପ୍ରକୃତରେ ମୋ ପାଇଁ ହୃଦୟସ୍ପର୍ଶୀ ଥିଲା।