ଆସିକା: ମା କଙ୍କଣଦେବୀ ଙ୍କ ପୀଠ ସମେତ ବିଭିନ୍ନ ପୀଠ ରେ ଶ୍ରଦ୍ଧାଳୁ ଙ୍କ ଭିଡ଼
Asika, Ganjam | Nov 5, 2025 କାର୍ତ୍ତିକ ପୂର୍ଣ୍ଣମୀ ଓଡ଼ିଆ ମାନଙ୍କ ପାଇଁ ବେଶ ଗୁରୁତ୍ୱ କରିଥାଏ ବିଶେଷକରି ବୋଇତ ବନ୍ଦାଣ ସହ ସମସ୍ତ ଦେବଦେବୀ ମନ୍ଦିର ଗୁଡିକରେ ବେଶ ଭିଡ଼ ପରିଲକ୍ଷିତ ହୋଇଥାଏ । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଭେଟନଇ ଗ୍ରାମ ନିକଟ ମା କଙ୍କଣ ଦେବୀ ପୀଠ ରେ ଶ୍ରଦ୍ଧାଳୁ ଙ୍କ ଭିଡ଼ ଦେଖିବାକୁ ମିଳିଛି। ମାଆଙ୍କ ଦର୍ଶନ ସାଙ୍ଗକୁ ପ୍ରାକୃତିକ ସୌନ୍ଦର୍ଯ୍ୟ କୁ ଉପଭୋଗ ସହ ହବିଷ ଅନ୍ନ ରୋଷଇ କରି ଏକ ବଣ ଭୋଜିର ମଜା ନେଇଛନ୍ତି ଶ୍ରଦ୍ଧାଳୁ ।