ପୋଲସରା: ଗଞ୍ଜାମ: ପିଏମ୍ ଶ୍ରୀ ବାଲିପଦର ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ହେଲା ବିଜ୍ଞାନ ମେଳା
ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ବାଲିପଦରସ୍ଥିତ ପିଏମ୍ ଶ୍ରୀ ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଛି। ଏଥିରେ ବିଦ୍ୟାଳୟର ୩୧ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶନ ପରେ ଶ୍ରେଷ୍ଠ ୫ ଜଣଙ୍କୁ ପୁରସ୍କୃତ କରାଯାଇଛି।