ରବିବାର ଅପରାହ୍ନ ୨ଟା ସମୟରେ କେନ୍ଦ୍ର କୋଇଲା ମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ ଏମସିଏଲର ଲଖନପୁର କୋଇଲା ଖଣି ଅଞ୍ଚଳ ପରିଦର୍ଶନ କରିବା ସହିତ କୋଇଲା ଉତ୍ପାଦନ ସଂପର୍କରେ ଆଲୋଚନା କରିଥିଲେ । ଦେଶର ପ୍ରଗତି ପାଇଁ କୋଇଲାର ଅବଶ୍ୟକତା ରହିଛି । ଏହି ଆବଶ୍ୟକତାକୁ ପୁରଣ କରିବା ପାଇଁ କୋଇଲା ଖନନର କରିବାର ଆବଶ୍ୟକତା ରହିଛି । ଏନେଇ ଆଜି କେନ୍ଦ୍ର କୋଇଲା ମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ ଏମସିଏଲର ଲଖନପୁର ସମନ୍ନୀତ କୋଇଲା ଖଣି ପରିଦର୍ଶନ କରିଥିଲେ ।ଏହି ଅବସରରେ ସିଏମ୍ଡ଼ି,ଜିଏମ୍ ଲଖନପୁର ଓ ଏମସିଏଲର ଅନ୍ୟାନ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।