ବାରିପଦା ମ୍ୟୁନିସିପାଲଟି: ଏମ୍.ପି.ସି ସ୍ୱୟଂଶାସିତ କଲେଜରେ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ
ଶନିବାର ଦିନ ପ୍ରାୟ ୧୦ଟାରେ ବାରିପଦା ସ୍ଥିତ ଏମ୍.ପି.ସି. ସ୍ୱୟଂଶାସିତ କଲେଜ ଷ୍ଟାଫ୍ କ୍ଲବ ପକ୍ଷରୁ ମହାବିଦ୍ୟାଳୟର ପରୀକ୍ଷାଗାର ସହାୟକ କିଶୋର ପଣ୍ଡା ଓ ଗ୍ରନ୍ଥାଗାର ସହାୟକ ନିବାରଣ ବେରାଙ୍କ ବୃତ୍ତିଗତ ଅବସର ଉପଲକ୍ଷେ ଅଧ୍ୟକ୍ଷ ନାରାୟଣ ପ୍ରସାଦ ବେହେରାଙ୍କ ଅଧ୍ୟକ୍ଷତାରେ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।