Date-17.12.2025 Place-Umerkote ନବରଙ୍ଗପୁର ଜିଲ୍ଲାର ଉମରକୋଟ ସ୍ଥିତ ୩ନମ୍ବର ୱାର୍ଡରେ ମାଙ୍କଡ଼ ଉତ୍ପାତରେ ଆତଙ୍କିତ ସ୍ଥାନୀୟ ବାସିନ୍ଦା। ଖାଦ୍ୟ ଅନ୍ୱେଷଣ ରେ ସହର ମୁହାଁ ହୋଇଛନ୍ତି ମାଙ୍କଡ଼। ମାଙ୍କଡ଼ ମାନେ ଘରର ଝିକର ସହିତ ଘର ଭିତରେ ପଶି ବିଭିନ୍ନ ଆସବାବ ପତ୍ର ଫିଙ୍ଗା ଫିଙ୍ଗି କରୁଛନ୍ତି। ତାସହିତ କେତେକ ଦୋକାନ ଭିତରେ ପସି ଯାଉଥିବାର ଲୋକେ କହିଛନ୍ତି । ଲୋକମାନେ ମାଙ୍କଡ଼ ମାନଙ୍କ ଉତ୍ପାତ ରେ ଆତଙ୍କିତ ହୋଇ ବନ ବିଭାଗକୁ ବିଷୟଟି ଅବଗତ କରି ଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅନୁଗ୍ରହ କରିଛନ୍ତି।