ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବି. ନୂଆଗାଁ ସ୍ଥିତ ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିରର ତ୍ରୟୋବିଂଶତମ ସ୍ଵନକ୍ଷତ୍ର ଦିବସ ଅନୁଷ୍ଠାନ ପରିସରରେ ସଭାପତି ଜୟଦେବ ଜେନାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଖଲ୍ଲିକୋଟ ର ଅଧକ୍ଷ ଡ. ସନ୍ତୋଷ କୁମାର ପରିଡା, ମୁଖ୍ୟ ବକ୍ତା ଭାବେ ଐତିହାସିକ, ବୋଲଗଡ, ନୟାଗଡ ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ପରିଡା ଯୋଗଦେଇ ଥିଲେ । ସମ୍ମାନିତ ଅତିଥି ଭାବେ ବେଗୁନିଆପଡା ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀଣୀ ଜ୍ୟୋତିର୍ମୟୀ ନନ୍ଦ ଉପସ୍ଥିତ ଥିଲେ ।