ବାଙ୍ଗୁରସିଂହରୁ ଇନ୍ଦିପୁର ଯାଉଥିବା ବେଳେ ଘଟିଲାବିବାହ ଖୁସି ଉପରେ କାଳର ଛାୟା: ବରଯାତ୍ରୀ କାର ପୋଖରୀ ରେ ପଡ଼ି ୫ ଜଣଙ୍କ ମୃତ୍ୟୁ
ବାଙ୍ଗୁରସିଂହରୁ ଇନ୍ଦିପୁର ଯାଉଥିବା ବେଳେ ଘଟିଲା ହୃଦୟବିଦାରକ ଦୁର୍ଘଟଣା, ଉଭୟ ଗ୍ରାମରେ ଶୋକର ଛାୟା
ବିବାହର ହସଖୁସି ମୁହୂର୍ତ୍ତ ନିମିଷକ ମଧ୍ୟରେ ଶୋକରେ ପରିଣତ ହୋଇଛି। ଢେଙ୍କାନାଳ ସଦର ଥାନା ଅଞ୍ଚଳରେ ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ଜଣ ବରଯାତ୍ରୀଙ୍କ ମୃତ୍ୟୁ ଘଟିଛି।
ସୂଚନା ଅନୁଯାୟୀ, ବାଙ୍ଗୁରସିଂହ ଗ୍ରାମର ସନ୍ତୋଷ କୁମାର ସାହୁଙ୍କ ପୁଅ ଅଭିଷେକ ସାହୁଙ୍କ ବିବାହ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଇନ୍ଦିପୁର ଗ୍ରାମର ରୋହିତ କୁମାର ପୃଷ୍ଟିଙ୍କ କନ୍ୟାଙ୍କ ସହ ହେବାକୁ ଥିଲା। ଏହି ଅବସରରେ ବରଯାତ୍ରୀମାନେ ବିଭିନ୍ନ ଗାଡ଼ିରେ ଇନ୍ଦିପୁର ଅଭିମୁଖେ ଯାଉଥିଲେ।
ଏହି ସମୟରେ ଏକ ମହିନ୍ଦ୍ରା ଏକ୍ସୟୁଭି କାର ଚାଇଁପୁରରୁ ଆଉ ଦୁଇ ଜଣ ବରଯାତ୍ରୀଙ୍କୁ ନେଇ ଇନ୍ଦିପୁର ଯାଉଥିବା ବେଳେ ଅନ୍ଧାର ରାତିରେ ଭାରସାମ୍ୟ ହରାଇ ଏକ ବନ୍ଧ ଭିତରକୁ ଖସି ପଡ଼ିଥିଲା। ଫଳରେ କାରରେ ଥିବା ୫ ଜଣ ପାଣିରେ ବୁଡ଼ି ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଥିବା ଜଣାପଡ଼ିଛି।
ମୃତକମାନେ ହେଲେ ବାଙ୍ଗୁରସିଂହ ଗ୍ରାମର ରାମ ସାହୁ (୨୫), ଅବିନାଶ ସାହୁ (୨୬), ରାକେଶ କୁମାର ସାହୁ (୨୫), ଚନ୍ଦ୍ରକାନ୍ତ ସ୍ୱାଇଁ (୨୭) ଏବଂ ବରଙ୍କ ମାଉସୀପୁଅ ଭାଇ।
ଗ୍ରାମବାସୀମାନେ କାରଟିକୁ ପାଣିରୁ ଉଦ୍ଧାର କରିଥିଲେ। ଖବର ପାଇ ଢେଙ୍କାନାଳ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।
ଏହି ଅଭାବନୀୟ ଦୁର୍ଘଟଣା ପରେ ବାଙ୍ଗୁରସିଂହ ଓ ଇନ୍ଦିପୁର ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ବିବାହର ହସଖୁସିର ପରିବେଶ ନିମିଷକ ମଧ୍ୟରେ ଦୁଃଖରେ ପରିଣତ ହୋଇଯାଇଛି।#public
#ଦୁଃଖଦ_ଦୁର୍ଘଟଣା #ବରଯାତ୍ରୀ_ଦୁର୍ଘଟଣା #ଢେଙ୍କାନାଳ #ବାଙ୍ଗୁରସିଂହ #newsodiaodisha #ଇନ୍ଦିପୁର #RoadAccident #BreakingNews #OdishaNews #RIP #SadNews #Dhenkanal #OdiaNews