ସ୍ପଷ୍ଟ ଓ କଡ଼ା ସୂଚନା
ସମସ୍ତଙ୍କ ପାଇଁ ତଥ୍ୟ ସ୍ପଷ୍ଟ କରିଦେବାକୁ ଚାହୁଁଛି—ଖୁସବୁ ଯାଦବ ମୋର District Representative। ସେ ମୋର APS କିମ୍ବା ମୋର କୌଣସି Staff ନୁହନ୍ତି। ସେ ଦୀର୍ଘଦିନ ଧରି ମୋ ସହିତ କାର୍ଯ୍ୟ କରି ଆସୁଛନ୍ତି ଏବଂ ମୋର ସାର୍ବଜନୀନ ଓ ନିର୍ବାଚନମଣ୍ଡଳୀ ସମ୍ବନ୍ଧୀୟ କାର୍ଯ୍ୟରେ ମୋତେ ସହଯୋଗ କରୁଛନ୍ତି। ଏହି ଭୂମିକାରେ ସେ ମୋର କାର୍ଯ୍ୟ ସମ୍ବନ୍ଧୀୟ ସରକାରୀ ବୈଠକ ଓ କାର୍ଯ୍ୟକ୍ରମରେ ଯୋଗଦେଇଥାନ୍ତି।
ସ୍ପଷ୍ଟ କରିଦେଉଛି ଯେ, ମୁଁ ତାଙ୍କୁ ମୋର Addl. PS ଭାବେ ନିଯୁକ୍ତ କରିବାକୁ ଇଚ୍ଛା ପ୍ରକାଶ କରିଥିଲି, କିନ୍ତୁ କିଛି କାରଣବଶତଃ ସେହି ନିଯୁକ୍ତି କାର୍ଯ୍ୟକାରୀ ହୋଇପାରିଲା ନାହିଁ। ଏହା ତାଙ୍କର ବର୍ତ୍ତମାନର District Representative ଭୂମିକାକୁ କୌଣସି ଭାବେ ପ୍ରଭାବିତ କରେ ନାହିଁ।
ଖୁସବୁ ଯାଦବ କେବଳ ମୋର ପ୍ରତିନିଧି ନୁହନ୍ତି; ସେ ନିଜର ସ୍ୱତନ୍ତ୍ର ପରିଚୟ ଓ ନିଜସ୍ୱ ଜନସମର୍ଥନ ସହିତ ଜଣେ ସାର୍ବଜନୀନ ବ୍ୟକ୍ତିତ୍ୱ।
ତଥ୍ୟକୁ ବିକୃତ କରି, ତାଙ୍କ ପଦବୀକୁ ଭୁଲ୍ ଭାବରେ ଉପସ୍ଥାପନ କରି ଏବଂ “ସେ ଫେକ୍” ବୋଲି ମିଥ୍ୟା ପ୍ରଚାର କରି ତାଙ୍କର ସମ୍ମାନ ଓ ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇବାକୁ ଉଦ୍ୟମ କରୁଥିବା ଲୋକମାନେ ମନେ ରଖନ୍ତୁ—ଏପରି ମାନହାନିକର ଓ ଉଦ୍ଦେଶ୍ୟମୂଳକ ପ୍ରଚାରକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ।
ମିଥ୍ୟା ଓ ମାନହାନିକର ତଥ୍ୟ ସୃଷ୍ଟି, ପ୍ରକାଶ କିମ୍ବା ପ୍ରଚାର କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଆଇନ ଅନୁଯାୟୀ ଉପଯୁକ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିବ :ସାଂସଦ ଜୁଏଲ ଓରାମ