ଦେବଗଡ: ବିବାହ ପ୍ରତିଶ୍ରୁତି ଦେଇ ନାବାଳିକାଙ୍କୁ ଶୋଷଣ, ଯୁବକ ଗିରଫ
ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ଚାନ୍ଦିପୋଷି ଗ୍ରାମର ବିଜୟ ଧୀବର ନାମକ ଜଣେ ଯୁବକଙ୍କୁ ପୁଲିସ ଗିରଫ କରିଛି। ବିବାହର ପ୍ରତିଶ୍ରୁତି ଦେଇ ନାବାଳିକାଙ୍କୁ ଯୌନ ଶୋଷଣ ଓ ଗର୍ଭବତୀ କରିଥିବା ଅଭିଯୋଗରେ ତାଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି।