ଝାରସୁଗୁଡା: ହୋଟେଲ ମେ ଫେୟାରରେ ରାଜ୍ୟ ସ୍ତରୀୟ ସାମ୍ବାଦିକ ସମ୍ମିଳନୀର ୨ୟ ଅଧିବେଶନରେ ଯୋଗଦେଲେ ମନ୍ତ୍ରୀ ରବି ନାୟକ ଓ ବିଧାୟକ ଟଙ୍କଧର ତ୍ରିପାଠୀ
ରବିବାର ମଧ୍ୟାନ ୧ଟା ସମୟରେ ଝାରସୁଗୁଡ଼ାର ହୋଟେଲ ମେ ଫେୟାର ଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସାମ୍ବାଦିକ ସମ୍ମିଳନୀର ଦ୍ୱିତୀୟ ଅଧିବେସନରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ, ସମ୍ମାନୀୟ ଅତିଥି ଭାବରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ,ମୁଖ୍ୟବକ୍ତା ଭାବରେ ଗଣ ଇସ୍ତିହାରର ସଂପାଦକ ଡ଼ା. ପ୍ରଦୀପ ହୋତା ରାଜ୍ୟ ସାମ୍ବାଦିକ ୟୁନିୟନର ସଭାପତି କୈଳାଶ ନାୟକ, ସଂପାଦକ ପ୍ରଶାନ୍ତ ପାଢ଼ି ଉପସ୍ଥିତ ରହିଥିଲେ । ଗଣମାଧ୍ୟମର ବିଶ୍ୱସନୀୟତା ବଜାର ରଖିବା ଏକ ଆହ୍ୱାନ ନେଇ ଆଲୋଚନା କରାଯାଇଥିଲା ।