କଣ୍ଟାମାଳ: ବରଗୋଚ୍ଛାରେ ଭାଲୁ ଆକ୍ରମଣ: ଗୁରୁତର ଛେଳି ଚରାଳିଙ୍କ ଗୋଟିଏ ଆଖି ନଷ୍ଟ
ବରଗୋଚ୍ଛା ପଞ୍ଚାୟତ ଶିଗାଡି ଗ୍ରାମରେ ଭାଲୁ ଆକ୍ରମଣରେ ଜଣେ ଛେଳି ଚରାଳି ଗୁରୁତର ହୋଇଛନ୍ତି। ୪ଟି ଭାଲୁଙ୍କ ଆକ୍ରମଣରେ ନବୀନ ମଲ୍ଲିକଙ୍କ ଗୋଟିଏ ଆଖି ନଷ୍ଟ ହୋଇଯାଇଥିବା ବେଳେ ତାଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବନ ବିଭାଗ ପକ୍ଷରୁ ସହାୟତାର ପ୍ରତିଶ୍ରୁତି।