ଚୋରି ମାମଲାରେ ଆଜି ଟାଉନ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରି ସଂନ୍ଧ୍ୟା 5 ଟା ରେ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଲା ହାଟପଦା ଅଞ୍ଚଳର ରାଜୁ ମାଝି। ଗତ ମାର୍ଚ୍ଚ ମାସରେ ଗୋଟିଏ କାର ଦୋକାନରୁ ଚୋରି ମାମଲାରେ ପୁଲିସ ପୂର୍ବରୁ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ରାଜୁ ମାଝି ଫେରାର ଥିଲେ। ଆଜି ଫେରାର ଅଭିଯୁକ୍ତ ରାଜୁ ମାଝିକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଟାଉନଥାନା ଅଧିକାରୀ ଉଲ୍ଲାସ ରାଉତ ପ୍ରକାଶ କରିଛନ୍ତି।