ଓରିଏଣ୍ଟ: ବନହରପାଲି ଥାନା ଅନ୍ତର୍ଗତ ରମ୍ପେଲା ସେତୁ ନିକଟରେ ଏକ ପୋଲିସ ବିଟ ହାଉସକୁ ଉଦଘାଟନ କଲେ ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ
ରବିବାର ସକାଳ ଶାଢ଼େ ୧୧ଟା ସମୟରେ ବନହରପାଲି ଥାନା ଅନ୍ତର୍ଗତ ରମ୍ପେଲା ସେତୁ ନିକଟରେ ଏକ ପୋଲିସ ବିଟ ହାଉସକୁ ଉଦଘାଟନ କଲେ ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ ।ରମ୍ପେଲା ସେତୁ ଉପରେ ରାତି ସମୟରେ ଲୁଟପାଟ ହେଉଥିବାରୁ ଏହାକୁ ଆଖି ଆଗରେ ରଖି ଏଠାରେ ଏକ ପୋଲିସ ବିଟ ହାଉସ ଉଦଘାଟନ କରାଯାଇଛି । ଏହି ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ସମ୍ବଲପୁର ପୋଲିସ ଆଇଜି ହିମାଂଶୁ ଲାଲ, ଝାରସୁଗୁଡ଼ା ଏସପି ପରମାର ସ୍ମିଥ ପୁରୋଷତ୍ତମ ଦାସ ପ୍ରମୁଖ ଉପସ୍ଥି ରହିଥିଲେ ।