ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଆସନ୍ତା କାଲି ଭୁବନେଶ୍ୱର ଆସୁଛନ୍ତି ରାହୁଲ ଗାନ୍ଧୀ;ଏନେଇ କଂଗ୍ରେସ ଭବନରେ ପିସିସି ସଭାପତି ଭକ୍ତ ଦାସଙ୍କ ସାମ୍ବାଦିକ ସମ୍ମିଳନୀ
ଆସନ୍ତାକାଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସମ୍ବିଧାନ ବଞ୍ଚାଅ ଅଭିଯାନ ଆନ୍ଦୋଳନ କରାଯାଉଛି। ପ୍ରତ୍ୟେକ ଜିଲ୍ଲାରେ ପ୍ରସ୍ତୁତି କରାଯାଇଛି।ପ୍ରତ୍ୟେକ ଜିଲ୍ଲାରୁ ଲୋକ ଆସୁଛନ୍ତି। ସବୁ ସମସ୍ୟା ଉପରେ ଲୋକଙ୍କୁ ନେଇ ଜନଜାଗରଣ କରିବା ଦିଗରେ ସାଧୂତାର ସହିତ ପଦକ୍ଷେପ ଗ୍ରହଣ କରାଯାଉଛି । କଂଗ୍ରେସର ଅଧ୍ୟକ୍ଷା ମାଳିକାର୍ଜୁନ ଖଡଗେ ଓ ରାହୁଲ ଗାନ୍ଧୀ ଓଡ଼ିଶା ଆସିବେ। ଓଡ଼ିଶାରେ ଗୋଟିଏ ନୂଆ ରାଜନୀତିର ବାତାବରଣ ସୃଷ୍ଟି କରିବ। ସମସ୍ତେ ରାହୁଲ ଗାନ୍ଧୀଙ୍କୁ ଶୁଣିବା ପାଇଁ ଅପେକ୍ଷା କରିଛନ୍ତି।