ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଅଞ୍ଚଳ ରେ ମଦ ର ପ୍ରାବଲ୍ୟତା ବଢ଼ିଚାଲିଛି। ଅଧିକାଂଶ ଗାଁ ରେ ଅବାଧ ମଦ ବିକ୍ରି ଯୋଗୁଁ ଗ୍ରାମ ଅଶାନ୍ତ ହେଉଛି। ଛୋଟ ପିଲା ମାନେ ମଦ କବଳରେ ପଡ଼ି ବିପଥଗାମୀ ହେଉଛନ୍ତି। ଘର ସଂସାର ଉଜୁଡି ଯାଉଛି।ଏହିପରି ସମସ୍ୟା ରେ ପଡିଛନ୍ତି ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଅନ୍ତର୍ଗତ ଜରଙ୍ଗଲୋଇ ନିକଟ କନ୍ଦରାପଡା ଗ୍ରାମବାସୀ। ଏ ସଂପର୍କ ରେ ସେମାନେ ସୋମବାର ଜିଲ୍ଲାପାଳ ଙ୍କୁ ଜଣାଇବା ସହିତ ଗାଁ ରେ ମଦ ବିକ୍ରି ବନ୍ଦ କରିବାକୁ ବଡ଼ଗାଁ ଥାନା ରେ ଗୁହାରି ଜଣାଇଛନ୍ତି।