ବିଞ୍ଝାରପୁର: ଖରସ୍ରୋତା ନଦୀର ଜଳସ୍ତର ବୃଦ୍ଧି, ନଦୀକୂଳିଆ ଅଞ୍ଚଳରେ ବଢ଼ିଲା ଚିନ୍ତା
ଲଗାଣ ବର୍ଷା ଯୋଗୁଁ ଖରସ୍ରୋତା ନଦୀର ଜଳସ୍ତର କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ଉପରମୁଣ୍ଡରେ ବର୍ଷା ଜାରି ରହିଥିବାରୁ ନଦୀକୂଳିଆ ଅଞ୍ଚଳବାସୀଙ୍କ ମଧ୍ୟରେ ଚିନ୍ତା ପ୍ରକାଶ ପାଇଛି। ପ୍ରଶାସନ ସ୍ଥିତି ଉପରେ ନଜର ରଖିଛି।