ଉଦଳା: ଭୈରବ ଶଙ୍କର ମନ୍ଦିରର ମୁଖ୍ୟ ଫାଟକ ତାଲା ଭାଙ୍ଗି ଲୁଟ୍ : ଉଦଳା ପୋଲିସ୍ ର ତଦନ୍ତ ଆରମ୍ଭ
ଉଦଳା - ୫ ଦିନରେ ୪ ଜାଗାରୁ ଲୁଟ, ଘର ପରେ ଟାର୍ଗେଟରେ ମନ୍ଦିର । ଉଦଳା ଭୈରବ ଶଙ୍କର ମନ୍ଦିରରୁ ଗତକାଲି ରାତିରେ ଲୁଟି ନେଲେ ଦୁର୍ବୃତ୍ତ ଉଠାଇନେଲେ ଦାନ ହୁଣ୍ଡି । ମନ୍ଦିର ମୁଖ୍ୟ ଫାଟକ ତାଲା ଭାଙ୍ଗି ଉଠାଇ ନେଲେ ହୁଣ୍ଡି ବାକ୍ସ । ୬ ବର୍ଷ ହେବ ଖୋଳାଯାଇ ନାହିଁ ହୁଣ୍ଡି । ଆଜି ସକାଳ ୦୭ ଘଟିକା ସମୟରେ ମନ୍ଦିରର ପୂଜକ ମନ୍ଦିର ପହଞ୍ଚି ଦେଖନ୍ତି ତ ମନ୍ଦିର ରୁ ହୋଇଛି ଲୁଟ୍ । ପରେ ଉଦଳା ପୋଲିସ କୁ ଖବର ଦେବାପରେ ଘଟଣାସ୍ଥଳରେ ଉଦଳା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।